ବିପଦ ସଂକେତ ପାର କରିଲାଣି ଜଳକା : ବନ୍ୟା ଆଶଙ୍କା

Jul 30, 2024 - 11:49
 0  3
ବିପଦ ସଂକେତ ପାର କରିଲାଣି ଜଳକା : ବନ୍ୟା ଆଶଙ୍କା

ବିପଦ ସଂକେତ ପାର କରିଲାଣି ଜଳକା ନଦୀ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସହ ଅନ୍ୟପଟେ ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ସେଥିପାଇଁ  ଜଳକା ନଦୀର ଜଳ ସ୍ତର ବିପଦ ସଂକେତ ପାର କରିଲାଣି । ଜଳକା ନଦୀର ବିପଦ ସଂକେତ ୫.୫୦ମିଟର ରହିଥିବା ସମୟରେ  ସକାଳ ସମୟରେ ଜଳସ୍ତର ୬.୨୨ ମିଟରରେ ରହିଛି । ଯାହା ଜଳକା ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ହେଉଛି ଜଳକା ନଦୀର ଉପର ମୁଣ୍ଡ । ସେଠାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିବ ବୋଲି ଭୟ କରୁଛନ୍ତି ଲୋକେ। କାରଣ ନଦୀର ଉପର ମୁଣ୍ଡରେ ମଧ୍ୟ ଜଳ ସ୍ତର ବଢ଼ିବାରେ ଲାଗିଛି ।  ଜଳକା ନଦୀ ପ୍ରବାହିତ ହେଉଥିବା ଅଧିକାଂଶ ସ୍ଥାନରେ ଯେଉଁ ନଦୀ ବନ୍ଧ ନିର୍ମାଣ ହୋଇଛି ସେଥିମଧ୍ୟରୁ କିଛି ନଦୀ ବନ୍ଧ ଦୁର୍ବଳ  ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହେଉଛନ୍ତି । ବନ୍ୟା ଆଶଙ୍କା ଥିବା ସମୟରେ ଧାନ ମଧ୍ୟ ନଷ୍ଟ ହେବ । ଯେଉଁ କାରଣରୁ ଚାଷୀମାନେ ମଧ୍ୟ ଚିନ୍ତାରେ ରହିଛନ୍ତି ।

What's Your Reaction?

like

dislike

love

funny

angry

sad

wow