ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଉ ୫ ଜଣଙ୍କୁ ପୁଲିସ ଗିରଫ କରିଛି

Jul 29, 2024 - 17:12
 0  1
ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଉ ୫ ଜଣଙ୍କୁ ପୁଲିସ ଗିରଫ କରିଛି

ରାଜଧାନୀ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା କୋଚିଂ ସେଣ୍ଟରରେ ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ମାମଲାରେ ବର୍ତ୍ତମାନ ଦିଲ୍ଲୀ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାଲି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର ମାଲିକ, ଗାଡି ଚଳାଇ କୋଚିଂ ସେଣ୍ଟରର ଗେଟ୍‌ ନଷ୍ଟ କରିଥିବା ବ୍ୟକ୍ତି ସାମିଲ ଅଛନ୍ତି। ଏହି ପୂରା ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow