ବିପଦ ସଂକେତ ପାର କରିଲାଣି ଜଳକା : ବନ୍ୟା ଆଶଙ୍କା
![ବିପଦ ସଂକେତ ପାର କରିଲାଣି ଜଳକା : ବନ୍ୟା ଆଶଙ୍କା](https://kalingascroll.in/uploads/images/202407/image_870x_66a885c538769.jpg)
ବିପଦ ସଂକେତ ପାର କରିଲାଣି ଜଳକା ନଦୀ । ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସହ ଅନ୍ୟପଟେ ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ସେଥିପାଇଁ ଜଳକା ନଦୀର ଜଳ ସ୍ତର ବିପଦ ସଂକେତ ପାର କରିଲାଣି । ଜଳକା ନଦୀର ବିପଦ ସଂକେତ ୫.୫୦ମିଟର ରହିଥିବା ସମୟରେ ସକାଳ ସମୟରେ ଜଳସ୍ତର ୬.୨୨ ମିଟରରେ ରହିଛି । ଯାହା ଜଳକା ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ହେଉଛି ଜଳକା ନଦୀର ଉପର ମୁଣ୍ଡ । ସେଠାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିବ ବୋଲି ଭୟ କରୁଛନ୍ତି ଲୋକେ। କାରଣ ନଦୀର ଉପର ମୁଣ୍ଡରେ ମଧ୍ୟ ଜଳ ସ୍ତର ବଢ଼ିବାରେ ଲାଗିଛି । ଜଳକା ନଦୀ ପ୍ରବାହିତ ହେଉଥିବା ଅଧିକାଂଶ ସ୍ଥାନରେ ଯେଉଁ ନଦୀ ବନ୍ଧ ନିର୍ମାଣ ହୋଇଛି ସେଥିମଧ୍ୟରୁ କିଛି ନଦୀ ବନ୍ଧ ଦୁର୍ବଳ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହେଉଛନ୍ତି । ବନ୍ୟା ଆଶଙ୍କା ଥିବା ସମୟରେ ଧାନ ମଧ୍ୟ ନଷ୍ଟ ହେବ । ଯେଉଁ କାରଣରୁ ଚାଷୀମାନେ ମଧ୍ୟ ଚିନ୍ତାରେ ରହିଛନ୍ତି ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)