ଭାରତୀୟ ରେଲୱେକୁ ବୋମାରେ ଉଡାଇବାକୁ ମିଳିଲା ଧମକ

Aug 28, 2024 - 16:07
 0  1
ଭାରତୀୟ ରେଲୱେକୁ ବୋମାରେ ଉଡାଇବାକୁ ମିଳିଲା ଧମକ

ଭାରତୀୟ ରେଲୱେକୁ ବୋମାରେ ଉଡାଇବାକୁ ମିଳିଲା ଧମକ । ପାକିସ୍ତାନର ଆତଙ୍କବାଦୀ ଫରହାତୁଲ୍ଲା ଘୋରୀ ଏକ ଭିଡିଓ ପୋଷ୍ଟ କରି ସିଧାସଳଖ ଦେଇଛନ୍ତି ଧମକ। ଯାହା ପରେ ସଜାଗ ହୋଇଛି ଗୁଇନ୍ଦା ବିଭାଗ ।ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀ ଫରହାତୁଲ୍ଲା ଘୋରୀ ଆଇଏସ୍‌ଆଇର ସ୍ଲିପର୍‌ ସେଲ୍‌ ସହାୟତର ଭାରତ ରେଲଓ୍ୱେ ନେଟ୍‌ଓ୍ୱର୍କକୁ ଟ୍ରାକ୍‌ରୁ ଖସାଇବାକୁ କରୁଛି ଯୋଜନା। ଏନେଇ ଘୋରୀ ଏକ ଭିଡିଓ ମେସେଜ ଜାରି କରି ସାରା ଦେଶର ଟ୍ରେନ୍‌ରେ ବୋମା ବିସ୍ଫୋରଣ କରିବାକୁ ଦେଇଛି ଧମକ। ସେ ଆହୁରି ଧମକ ଦେଇଛି ଯେ, ଭାରତରେ ଗ୍ୟାସ୍ ଓ ପେଟ୍ରୋଲ ପାଇପ୍ ଲାଇନକୁ ମଧ୍ୟ ବିସ୍ଫୋରଣ କରି ଉଡାଇବ। ସେହିପରି ତା ଟାର୍ଗେଟରେ ଅନେକ ହିନ୍ଦୁ ନେତା ରହିଛନ୍ତି ବୋଲି ରହିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow