ଭୁବନେଶ୍ବରରେ ୬୧ତମ ଫେମିନା ମିସ୍ ଇଣ୍ଡିଆ ଫାଇନାଲ୍, ସାଧ୍ବୀ ସତୀଶ ହେଲେ ବିଜୟିନୀ

Apr 19, 2026 - 16:27
 0  1
ଭୁବନେଶ୍ବରରେ ୬୧ତମ ଫେମିନା ମିସ୍ ଇଣ୍ଡିଆ ଫାଇନାଲ୍, ସାଧ୍ବୀ ସତୀଶ ହେଲେ ବିଜୟିନୀ

ରାଜଧାନୀ ଭୁବନେଶ୍ବରରେ ୬୧ ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ୍ ହୋଇଛି ଅନୁଷ୍ଠିତ । ଗୋଆର ସୁନ୍ଦରୀ ସାଧ୍ବୀ ସତୀଶ ସୈଲ୍ ଏଥର ମିସ୍‌ ଇଣ୍ଡିଆ ଟାଇଟଲ୍ ହାତେଇବା ସହିତ ମୁଣ୍ଡରେ ପିନ୍ଧିଛନ୍ତି ବିଜୟ ମୁକୁଟ । ସେହିପରି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ହୋଇଥିବାବେଳେ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ଅଦ୍ବୈତା । କିଟ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ଫେମିନା ମିସ୍‌ ଇଣ୍ଡିଆ ଫିନାଲେ କାର୍ଯ୍ୟକ୍ରମ ପାଇଁ ଗତକାଲି ରାଜଧାନୀରେ ଜମିଥିଲା ବଲିଉଡ୍ ତାରକାଙ୍କ ଗହଳି ।

What's Your Reaction?

like

dislike

love

funny

angry

sad

wow