ସାମ୍ୱାଦିକା ମଧୁମିତା ପରିଡ଼ା ମୃତ୍ୟୁ ମାଂମଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
ସାମ୍ୱାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ରହିଛି ଏକାଧିକ କ୍ଷତ। ଅର୍ଥାତ ରେଳ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲେ। ଏହାପରେ ବି କିଛି ସମୟ ବଞ୍ଚିଥିଲେ ମଧୁମିତା। ଏକାଧିକ କ୍ଷତ ପାଇଁ ପରେ ତାଙ୍କର ମୃତ୍ୟୁ ହୋଇଥିବା ମିଳିଛି ସୂଚନା। ସ୍ୱାମୀ ଶ୍ରୀଧର ଜେନାଙ୍କ ପରକୀୟା ପ୍ରିତିକୁ ନେଇ ମର୍ମାହତ ହୋଇ ଗତ ବୁଧବାର ଚଳନ୍ତା ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା। ମୃତ୍ୟୁ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ ଏକ ଭିଡିଓ । ଘଟଣାରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।
Jangyaseni Parida