ମଦ ଦୁର୍ନୀତି ମାମଲାରେ ୩ଦିନିଆ ସିବିଆଇ ରିମାଣ୍ଡରେ କେଜ୍ରିୱାଲ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। କେଜରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଅଦାଲତ।ଏଥି ସହ କେଜରିୱାଲ ପ୍ରତିଦିନ ସ୍ତ୍ରୀ ଏବଂ ଓକିଲଙ୍କୁ ଅଧଘଣ୍ଟାଏ ପାଇଁ ଭେଟିପାରିବେ। ପାଖରେ ନିଜ ଔଷଧ ରଖିପାରିବେ ଏବଂ ଘର ଖାଦ୍ୟ ଖାଇପାରିବେ ବୋଲି ଅନୁମତି ଦେଇଛନ୍ତି ଅଦାଲତ। ଆସନ୍ତା ୨୯ ତାରିଖରେ ହେବ ଏହି ମାମଲାର ପରବର୍ତୀ ଶୁଣାଣି।
Jangyaseni Parida