ଦିଲ୍ଲୀ ପୁଲିସ ହେପାଜତରେ CJP ନେତା, ସୌରଭ ଦାସ ଓ ଆଶୁତୋଷ ରାଙ୍କା ଅଟକ

Oct 13, 2026 - 11:55
ଦିଲ୍ଲୀ ପୁଲିସ ହେପାଜତରେ CJP ନେତା, ସୌରଭ ଦାସ ଓ ଆଶୁତୋଷ ରାଙ୍କା ଅଟକ

ଦିଲ୍ଲୀ ପୁଲିସ ହେପାଜତରେ କକ୍‌ରୋଚ୍ ଜନତା ପାର୍ଟିର ନେତା । ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୁଣି ଥରେ ହେପାଜତକୁ ନେଇଛି ପୁଲିସ ।  ଦିଲ୍ଲୀର ଜନ୍ତରମନ୍ତରରେ ପହଞ୍ଚିବା ପରେ ଉଭୟଙ୍କୁ ଅଟକ ରଖାଯାଇଛି । 

 ଦିଲ୍ଲୀ ପୁଲିସ ହେପାଜତରେ କକ୍‌ରୋଚ୍ ଜନତା ପାର୍ଟିର ନେତା । ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୁଣି ଥରେ ହେପାଜତକୁ ନେଇଛି ପୁଲିସ ।  ଦିଲ୍ଲୀର ଜନ୍ତରମନ୍ତରରେ ପହଞ୍ଚିବା ପରେ ଉଭୟଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ସହ ଅନ୍ୟ କିଛି ଦଳୀୟ କର୍ମୀଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅନ୍ୟ କିଛି ସହଯୋଗୀ ପ୍ରଥମେ ଜନ୍ତରମନ୍ତର ନିକଟରେ ଥିବା ଜେଡିୟୁ କାର୍ଯ୍ୟାଳୟ ଅଞ୍ଚଳକୁ ଯାଇଥିଲେ । ସେଠାରୁ ଜନ୍ତରମନ୍ତର ଆଡ଼କୁ ଯିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇ ହେପାଜତକୁ ନେଇଥିଲା । 

ଉଲ୍ଲେଖଯୋଗ୍ୟ, ଭୋଟର ତାଲିକା ସଂଶୋଧନ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ କକ୍‌ରୋଚ୍ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ କରାଯାଉଛି । ତେବେ ଜନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ଭାବେ ରଖାଯିବା ନେଇ ନୂଆ କଟକଣା ଜାରି ହେବା ପରେ ଏହି ଘଟଣା ଘଟିଛି । ଅନ୍ୟପଟେ, ଏହି ଘଟଣାରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିପାରେ ବୋଲି ସୂଚନା ମିଳିଛି । ତେବେ ଏତଲା ରୁଜୁ ହୋଇଛି କି ନାହିଁ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । 

What's Your Reaction?

like

dislike

love

funny

angry

sad

wow