ମହାବୀର ପେପର ମିଲ୍ସରେ ଅଗ୍ନିକାଣ୍ଡ

ମହାବୀର ପେପର ମିଲ୍ସରେ ଅଗ୍ନିକାଣ୍ଡ

 ଟିଟିଲାଗଡ଼ ଚୋରମରା ଠାରେ ଥିବା ମହାବୀର ପେପର ମିଲ୍ସରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିପୋଡି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଆଜି ସକାଳୁ  ପ୍ରଥମେ ସର୍ଟ ସର୍କିଟରୁ ଲାଗିଥିଲା ନିଆଁ। ପରେ ନିଆଁ ପାଖରେ ଥିବା ବ୍ଲିଚିଙ୍ଗ ପାଉଡର ଉପରେ ପଡିବାରୁ ବ୍ୟାପକ ରୂପ ନେଇଥିଲା।ଫଳରେ କାରଖାନାରେ ଥିବା କେମିକାଲ ଓ ଅନ୍ୟାନ୍ୟ ସମାଗ୍ରୀ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଟିଟିଲାଗଡ଼ରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।