ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ
ମହାରାଷ୍ଟ୍ରରେ ମୁଖ୍ଯମନ୍ତ୍ରୀ ପଦ ନେଇ ଭାଗବଣ୍ଟା ଛିଣ୍ଡୁ ନଥିବାବେଳେ ଆଜି ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏକନାଥ ସିନ୍ଦେ। ରାଜ୍ଯପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ସେ ଦେଇଛନ୍ତି ଇସ୍ତଫା ପତ୍ର। ତେବେ ନୂଆ ମୁଖ୍ଯମନ୍ତ୍ରୀ ହେବା ଯାଏ କାମଚଳା ମୁଖ୍ଯମନ୍ତ୍ରୀ ରହିବେ ସିନ୍ଦେ। ଆଜି ମହାରାଷ୍ଟ୍ର ବିଧାନସଭା ଅଧିବେଶନ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ। ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ନା ଶିବସେନାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ, ଏ ଯାଏଁ ହୋଇପାରିନି ଘୋଷଣା।ତେବେ ବିଧାନସଭା ଅଧିବେଶନ କାର୍ଯ୍ୟକାଳ ଶେଷ ପୂର୍ବରୁ ସରକାର ଗଠନ ହେବା ନିୟମ ରହିଛି। ଯଦି ଆଜି ସୁଦ୍ଧା ସରକାର ଗଠନ ନହୁଏ ତେବେ ମହାରାଷ୍ଟ୍ରରେ ଲଗାଇବାକୁ ପଡିବ ରାଷ୍ଟ୍ରପତି ଶାସନ।
What's Your Reaction?