ରଖେ ହରି ମାରେ କିଏ: ନବରାତ୍ରରେ ମନ୍ଦିରରେ ଗୁଳିକାଣ୍ଡ ଉଦ୍ୟମ ପଣ୍ଡ, ଠିକ୍ ବେଳେ ବନ୍ଧୁକ ହେଲା ଜାମ୍

Oct 15, 2026 - 13:46
ରଖେ ହରି ମାରେ କିଏ: ନବରାତ୍ରରେ ମନ୍ଦିରରେ ଗୁଳିକାଣ୍ଡ ଉଦ୍ୟମ ପଣ୍ଡ, ଠିକ୍ ବେଳେ ବନ୍ଧୁକ ହେଲା ଜାମ୍

ତଦନ୍ତରୁ ଜଣାପଡ଼ିଛି, ଆଲେକଜାଣ୍ଡ୍ରୋସ୍ ଏକ ଫାଷ୍ଟ-ଫୁଡ୍ ରେଷ୍ଟୁରାଣ୍ଟରେ କ୍ୟାସିୟର ଭାବରେ କାମ କରନ୍ତି। ପାଲାଟାଇନର ଉତ୍ତର ପଶ୍ଚିମ ଉପନଗରର ପୁଲିସ ଅନୁସାରେ, ସେ ମନ୍ଦିରରେ ଭାରତୀୟଙ୍କ ଗଣହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ମାତ୍ର ରାଇଫଲ୍ ଜାମ୍ ତାଙ୍କର ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଥିଲା। ପୁଲିସର ସୂଚନା ଅନୁଯାୟୀ, ଯୋଜନାବଦ୍ଧ ଗଣ ଗୁଳିକାଣ୍ଡ କରିବା ପାଇଁ ସେ ବଡ଼ି ଆର୍ମର, ଆବଶ୍ୟକ ମାଗାଜିନ୍ ଏବଂ ଗ୍ୟାସୋଲିନ୍ କେନ୍ ସାଥିରେ ଆଣିଥିଲେ। 

ଅକ୍ଟୋବର ୧୧ ନବରାତ୍ରିର ପ୍ରଥମ ଦିନରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼। ଏହି ସମୟରେ ଜଣେ ଯୁବକ ଏକ ମଡ଼ିଫାଏଡ୍ ଏଆର-ଷ୍ଟାଇଲ୍ ରାଇଫଲ ସହିତ ୩୦୦ ରାଉଣ୍ଡ ଗୁଳି ଧରି ପ୍ରବେଶ କରନ୍ତି। ସେ ଟ୍ରିଗର ଟାଣନ୍ତି, କିନ୍ତୁ ରାଇଫଲ୍‌ରୁ ଗୁଳି ଫୁଟେ ନାହିଁ। ରାଇଫଲ୍ ଜାମ୍ ହୋଇଯାଏ। ଯଦି ରାଇଫଲ୍ ଜାମ୍ ହୋଇନଥାନ୍ତା, ତେବେ ୩୦୦ ଗୁଳିରେ ବହୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥାନ୍ତା। ମାତ୍ର କଥାରେ ଅଛି ରଖେ ହରି ମାରେ କିଏ? ଏଭଳି ଏକ ଘଟଣା ଆମେରିକାର ଚିକାଗୋରେ ଘଟିଛି।ଇଲିନୋଇସର ଆରୋରା ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଏକ ହିନ୍ଦୁ ପୂଜାସ୍ଥଳକୁ ଟାର୍ଗେଟ କରି ଆକ୍ରମଣ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କର ନାମ ଆଲେକଜାଣ୍ଡ୍ରୋସ୍ ପାପୋରାକିସ୍। ପୈଲେଟାଇନର ବାସିନ୍ଦା ଏହି ଯୁବକ ଜଣକ ଏକ ଗଣ ଗୁଳିକାଣ୍ଡ ଯୋଜନା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଲେକଜାଣ୍ଡ୍ରୋସ୍ ଅସ୍ତ୍ରଶସ୍ତ୍ର ଧରି ମନ୍ଦିରରେ ପହଞ୍ଚି ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ବନ୍ଧୁକ ଜାମ୍ ହୋଇଯାଇଥିଲା।

ତଦନ୍ତରୁ ଜଣାପଡ଼ିଛି, ଆଲେକଜାଣ୍ଡ୍ରୋସ୍ ଏକ ଫାଷ୍ଟ-ଫୁଡ୍ ରେଷ୍ଟୁରାଣ୍ଟରେ କ୍ୟାସିୟର ଭାବରେ କାମ କରନ୍ତି। ପାଲାଟାଇନର ଉତ୍ତର ପଶ୍ଚିମ ଉପନଗରର ପୁଲିସ ଅନୁସାରେ, ସେ ମନ୍ଦିରରେ ଭାରତୀୟଙ୍କ ଗଣହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ମାତ୍ର ରାଇଫଲ୍ ଜାମ୍ ତାଙ୍କର ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଥିଲା। ପୁଲିସର ସୂଚନା ଅନୁଯାୟୀ, ଯୋଜନାବଦ୍ଧ ଗଣ ଗୁଳିକାଣ୍ଡ କରିବା ପାଇଁ ସେ ବଡ଼ି ଆର୍ମର, ଆବଶ୍ୟକ ମାଗାଜିନ୍ ଏବଂ ଗ୍ୟାସୋଲିନ୍ କେନ୍ ସାଥିରେ ଆଣିଥିଲେ।

ଏହି ଘଟଣା ସମ୍ପର୍କରେ, ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ୍ ସୋସିଆଲ ମିଡିଆ ଏକ୍ସରେ କହିଛି, ଆମେ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରୁଛୁ। ଆମେ ଆମ ସମ୍ପ୍ରଦାୟକୁ ସତର୍କ ରହିବାକୁ ଏବଂ ଯେକୌଣସି ସମ୍ଭାବ୍ୟ ବିପଦର ରିପୋର୍ଟ କରିବାକୁ ମଧ୍ୟ ଅନୁରୋଧ କରୁଛୁ। ପ୍ରତ୍ୟେକ ସମ୍ପ୍ରଦାୟର ଭୟ ବିନା ପୂଜା କରିବାର ଅଧିକାର ଅଛି। ପାଲାଟାଇନ୍ ପୁଲିସ ବିଭାଗ କହିଛି ଯେ, ତଦନ୍ତ ଜାରି ରହିଛି। ଆମେ ଏଫବିଆଇ ସହିତ ମିଳିତ ଭାବେ ତଦନ୍ତ କରୁଛୁ।

ପୈଲେଟାଇନ ପୋଲିସ ମୁଖ୍ୟ ୱିଲିୟମ୍ ନର୍ଡ କହିଛନ୍ତି, ଏଭଳି ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ। ପାଲାଟାଇନ୍ ଏବଂ ମାଉଣ୍ଟ ପ୍ରସ୍ପେକ୍ଟ ପୁଲିସ ବିଭାଗ ମଧ୍ୟରେ ଯୋଗାଯୋଗ ଯୋଗୁଁ ଆମେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରି ଅଟକ ରଖିପାରିଥିଲୁ। ଏଫବିଆଇ ଚିକାଗୋର ସ୍ୱତନ୍ତ୍ର ଏଜେଣ୍ଟ ରିଆନ ହ୍ୱେଲାନ କହିଛନ୍ତି, ତଦନ୍ତ ପ୍ରକିୟା ଜାରି ରହିଛି। 

What's Your Reaction?

like

dislike

love

funny

angry

sad

wow