ଲେବାନନ ପେଜର ବିସ୍ଫୋରଣ: କେରଳ ସହ ଲିଙ୍କ୍

Sep 21, 2024 - 16:15
 0  2
ଲେବାନନ ପେଜର ବିସ୍ଫୋରଣ: କେରଳ ସହ ଲିଙ୍କ୍

ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ପେଜର, ୱାକି-ଟକିଜ୍ ସହିତ ଅନେକ ବୈଦୂତିକ ଉପକରଣ ଉପରେ ବିସ୍ଫୋରଣ ପରେ ସୃଷ୍ଟି ହୋଇଛି ଭୟଙ୍କର ବାତାବରଣ। ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଅନେକ ହୋଇଛନ୍ତି ଆହତ। ଏହି ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଥିବାବେଳେ ସାମ୍ନାକୁ ଆସିଛି କେରଳର ଜଣେ ଯୁବକଙ୍କ ନାଁ। ଯିଏ କି ଏବେ ନରୱେର ନାଗରିକ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ହିଜବୁଲାର ପେଜର୍ କାରବାରରେ ଜଡିତ ଥିଲା  ନାର୍ଟୋ ଗ୍ଲୋବାଲ୍ ଲିମିଟେଡ୍ ନାମକ ଏକ ବୁଲଗେରିଆ କମ୍ପାନୀ। ଏହି କମ୍ପାନୀ ନରୱେ ନାଗରିକ ରିନସନ ଜୋନସଙ୍କ ଦ୍ୱାରା ହୋଇଥିଲା ପ୍ରତିଷ୍ଠିତ। ସେ କେରଳର ୱାୟାନାଡରେ କରିଥିଲେ ଜନ୍ମଗ୍ରହଣ। ସେଠାରୁ ଏମବିଏ ଶେଷ କରିବା ପରେ ସେ ଯାଇଥିଲେ ନରୱେ। କେରଳରେ ରିନସନଙ୍କ ପିତା ଜଣେ ଦରଜୀ। ତେବେ  ଜଣେ ସାଧାରଣ ପରିବାର ଘରର ପିଲା ପେଜରରେ ହୋଇଥିବା ବିସ୍ଫୋରଣ ଘଟଣାରେ କିଭଳି ଯୋଡିହେଲା,ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।    

What's Your Reaction?

like

dislike

love

funny

angry

sad

wow