ଶିକ୍ଷୟିତ୍ରୀ ବୋହୂକୁ ପିଟିପିଟି ମାରିଦେଲେ ଶାଶୂଘର ଲୋକ

ଟଙ୍କା ପାଇଁ ଶିକ୍ଷୟିତ୍ରୀ ବୋହୂକୁ ପିଟିପିଟି ମାରିଦେଲେ ଶାଶୂଘର ଲୋକ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତ୍ତିପୁର ଗାଁରୁ ଆସିଛି ଏହି ଅଭିଯୋଗ। ମୃତକ ହେଲେ ପଦ୍ମିନୀ ପ୍ରଧାନ ।ସେ ଶିକ୍ଷୟିତ୍ରୀ ଭାବେ ଓଡ଼ଗାଁ ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ଦୀର୍ଘଦିନ ଧରି ଲାଗି ରହିଥିଲା ପାରିବାରିକ କଳହ । ହେଲେ ବିଳମ୍ବିତ ରାତିରେ ସ୍ୱାମୀ ତପନ ସ୍ୱାଇଁଙ୍କ ସମେତ ଶାଶୂଘର ଲୋକ ତାଙ୍କୁ ପିଟିପିଟି ହତ୍ୟା କରି ଘରେ ପକାଇ ଦେଇଥିବା ପଦ୍ମିନୀଙ୍କ ବାପଘର ଲୋକ ଇଟାମାଟି ଥାନାରେ କରିଛନ୍ତି ଅଭିଯୋଗ । ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଫେରାର ହୋଇଯାଇଛନ୍ତି ଶାଶୂଘରର ଅନ୍ୟମାନେ । ସେପଟେ ସାଇଣ୍ଟିଫିକ୍ ଦଳ ଦ୍ୱାରା ତଦନ୍ତ କରାଯିବ ବୋଲି କହିଛି ପୋଲିସ ।
What's Your Reaction?






