ସ୍ପାଇସଜେଟ୍ ବିରୋଧରେ ଯାତ୍ରୀଙ୍କ ବିକ୍ଷୋଭ, ୨୪ ଘଣ୍ଟାରୁ ଅଧିକ ବିଳମ୍ବ

Sep 15, 2026 - 16:33
 0  1
ସ୍ପାଇସଜେଟ୍ ବିରୋଧରେ ଯାତ୍ରୀଙ୍କ ବିକ୍ଷୋଭ, ୨୪ ଘଣ୍ଟାରୁ ଅଧିକ ବିଳମ୍ବ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ପାଇସଜେଟ୍ ବିରୋଧରେ ଯାତ୍ରୀଙ୍କ ତୀବ୍ର ବିକ୍ଷୋଭ। ଦୁବାଇ ଅଭିମୁଖେ ଯିବାକୁ ଥିବା ଦୁଇଟି ବିମାନ ୨୪ ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ପ୍ରାୟ ୨୦୦ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ପାଇସଜେଟ୍ ବିରୋଧରେ ଯାତ୍ରୀଙ୍କ ତୀବ୍ର ବିକ୍ଷୋଭ। ଦୁବାଇ ଅଭିମୁଖେ ଯିବାକୁ ଥିବା ଦୁଇଟି ବିମାନ ୨୪ ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ପ୍ରାୟ ୨୦୦ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ଯାତ୍ରୀ ଟର୍ମିନାଲ ଭିତରେ ଧାରଣାରେ ବସିବା ସହ ଏୟାରଲାଇନ୍ସ ବିରୋଧରେ ନାରାବାଜି କରିଥିଲେ ।

ଦିଲ୍ଲୀରୁ ଦୁବାଇ ଯିବାକୁ ଥିବା ସ୍ପାଇସଜେଟ୍‌ର ଦୁଇଟି ବିମାନର ଉଡ଼ାଣ ସମୟକୁ ବାରମ୍ବାର ଘୁଞ୍ଚାଯାଇଥିଲା। ଗୋଟିଏ ବିମାନ ସୋମବାର ସକାଳେ ଏବଂ ଅନ୍ୟଟି ସୋମବାର ରାତିରେ ଉଡ଼ାଣ ଭରିବାର ଥିଲା । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁଇଟି ବିମାନ ଉଡ଼ିପାରି ନଥିଲା । ୨୪ ଘଣ୍ଟାରୁ ଅଧିକ ସମୟ ବିମାନବନ୍ଦରରେ ଅଟକି ରହିବା ସହ ସଠିକ୍ ସୂଚନା ନମିଳିବାରୁ ଯାତ୍ରୀଙ୍କ ଅସନ୍ତୋଷ ବଢ଼ିଥିଲା । ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଖାଦ୍ୟପେୟ ଓ ରହିବା ପାଇଁ ଆବଶ୍ୟକ ସୁବିଧା ଠିକ୍ ଭାବେ ମିଳିନଥିଲା । ବିଳମ୍ବ ଯୋଗୁଁ ଅନେକ ଯାତ୍ରୀଙ୍କ କନେକ୍ଟିଂ ବିମାନ ମଧ୍ୟ ଛୁଟିଯାଇଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ସ୍ପାଇସଜେଟ୍ ମୁଖପାତ୍ର ଯାତ୍ରୀମାନଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ପରିଚାଳନାଗତ କାରଣରୁ ବିମାନଗୁଡ଼ିକରେ ବିଳମ୍ବ ହୋଇଥିବା ସ୍ପାଇସଜେଟ୍ ପକ୍ଷରୁ କୁହାଯାଇଛି । 

What's Your Reaction?

like

dislike

love

funny

angry

sad

wow