୩୧ ତାରିଖରେ ଆଉ ଏକ ଲଘୁଚାପ

Jul 29, 2024 - 12:04
 0  11
୩୧ ତାରିଖରେ ଆଉ ଏକ ଲଘୁଚାପ

୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ପ୍ରଭାବରେ ଅଗଷ୍ଟ ୩ ତାରିଖ ଯାଏଁ ଓଡିଶାର ବିଭିନ୍ନ ସ୍ଥାନରେ ରହିଛି ବର୍ଷା ସମ୍ଭାବନା। ପ୍ରବଳ ବର୍ଷା ନେଇ ଉପକୂଳ ଓଡ଼ିଶା ସମେତ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର, ବରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ଜାରି କରାଯାଇଛି ହଳଦିଆ ସତର୍କତା।ସେପଟେ ରାଜ୍ୟରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି ମୌସୁମୀ ବର୍ଷା। ବର୍ଷା ବଢିବା ସାଙ୍ଗକୁ ନିଅଣ୍ଟିଆ ବର୍ଷାର ହେଉଛି ଭରଣା । ବିଗତ ଦିନରେ କୋରାପୁଟ, ନୂଆପଡା, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ରେକର୍ଡ କରାଯାଇଛି ସ୍ୱାଭାବିକ ବର୍ଷା। ପୁରୀ ସମେତ କେନ୍ଦ୍ରାପଡ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାରେ ଜାରି ରହିଛି ନିଅଣ୍ଟିଆ ସ୍ଥିତି। ଜୁନ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ଭାବେ ଓଡ଼ିଶାରେ ୫୧୫.୬ ମିଲିମିଟର ବର୍ଷା ହେବା କଥା। ମାତ୍ର ଏପର୍ୟ୍ୟନ୍ତ ୪୭୫.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ଠାରୁ ୮ ପ୍ରତିଶତ କମ୍।

What's Your Reaction?

like

dislike

love

funny

angry

sad

wow