ୱାଏନାଡ ଭୂସ୍ଖଳନ ଘଟଣାରେ ୪୦୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

Aug 6, 2024 - 12:01
 0  5
ୱାଏନାଡ ଭୂସ୍ଖଳନ ଘଟଣାରେ  ୪୦୮ରେ  ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଅଷ୍ଟମ ଦିନରେ ପହଞ୍ଚିଛି କେରଳର ୱାଏନାଡ ଭୂସ୍ଖଳନ ଘଟଣାର ଉଦ୍ଧାର କାର୍ଯ୍ୟ । ଆବର୍ଜନା ତଳୁ ଉଦ୍ଧାର ହେଉଛି ମୃତ ଦେହ ।  ଏପର୍ଯ୍ୟନ୍ତ ୪୦୮ ଜଣଙ୍କର ଘଟିଛି ମୃତ୍ୟୁ । ସେଥିମଧ୍ୟରୁ ୨୨୬ ଜଣଙ୍କ ମୃତଦେହ ମିଳିଥିବା ନେଇ ରହିଛି ସୂଚନା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏନଡିଆରଏଫ, ସେନା ଏବଂ ସ୍ୱେଚ୍ଛାସେବୀ ଦଳ । ସୋଚିପାରାରରେ ସର୍ଚ୍ଚ ଉଦ୍ଧାର କାର୍ଯ୍ୟ କରାଯିବ ଆରମ୍ଭ । ଏହା ଏକ ଅପହଞ୍ଚ ଅଞ୍ଚଳ, ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ  ହୋଇନାହିଁ ଆରମ୍ଭ। ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ଏକ ଦଳ ଏଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ନେଇ ରହିଛି ଖବର । 

What's Your Reaction?

like

dislike

love

funny

angry

sad

wow