ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ହେଲା ବିଧାନସଭା
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ହେଲା ପାରିତ। ଏହା ସହ 2024-25 ଆର୍ଥିକ ବର୍ଷର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଆଜି ଅଧିବେଶନ ଶେଷରେ ମୁଖ୍ୟମନ୍ତ୍ରୀ ଲେଖାନୁଦାନ ବିଲ ପାରିତ ନେଇ ନିଜର ବକ୍ତବ୍ୟ ରଖିଥିଲେ । ମୋହନ ଚରଣ ମାଝୀଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ପାରିତ ହୋଇଛି। ଏଥିସହ ଗୃହକୁ ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗତ ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ।
What's Your Reaction?