ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

Jan 2, 2025 - 17:05
 0  1
ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ । ତାଙ୍କୁ ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ମିଳିଛି ଦାୟିତ୍ୱ । ୨୦୧୧ ବ୍ୟାଚର ଆଇଏଏସ ହେଉଛନ୍ତି ଅରିନ୍ଦମ ଡାକୁଆ ।ସେହିପରି ଏନବିଏସ୍ ରାଜପୁତ ହେଲେ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ । ଟି. ଆଓ ହେଲେ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ । ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦିଆଯାଇଛି ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ । ଏଥିସହ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ହେଲେ ପ୍ରେମଚନ୍ଦ୍ର ଚୌଧୁରୀ ।ତେବେ କିଏ ଅରିନ୍ଦମ ଡାକୁଆଙ୍କ ସ୍ଥାନ ନେବ, କିଏ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବ ,ତା ଉପରେ ରହିଛି ସମସ୍ତଙ୍କ ନଜର । 

What's Your Reaction?

like

dislike

love

funny

angry

sad

wow