ଆଜିଠୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି

Oct 9, 2024 - 14:15
 0  4
ଆଜିଠୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ । ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି ନବୀନ। ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଗ୍ରହଣ କରିଛନ୍ତି ଏହି ସଦସ୍ୟତା। ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ନବୀନ ।ଏହି ଅବସରରେ ସେ କହିଛନ୍ତି ଯେ, ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ, ତ୍ୟାଗ ଓ ସେବାର ପ୍ରତୀକ। ଆଜିଠାରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ ହେଲା । ଏହା ଏକ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାମ । ଯାହା ଦଳକୁ ମଜବୁତ କରେ । ସଦସ୍ୟ କରିବା ପାଇଁ ପ୍ରତି କର୍ମୀ ଘରକୁ ଯାଆନ୍ତୁ। ବିଦେଶରେ ଓ ଓଡ଼ିଶା ବାହାର ଲୋକଙ୍କୁ ବି ବିଜେଡିରେ ସାମିଲ ହେବାକୁ ସେ କରିଛନ୍ତି ନିମନ୍ତ୍ରଣ ।ତେବେ ଆସନ୍ତା ୨ ମାସ ପର୍ଯ୍ଯନ୍ତ ସାରା ରାଜ୍ଯରେ ଚାଲିବ ଏହି ସଦସ୍ଯତା ସଂଗ୍ରହ ଅଭିଯାନ ।

What's Your Reaction?

like

dislike

love

funny

angry

sad

wow