ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ

Apr 5, 2026 - 17:36
 0  1
ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ

ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ହାତଗୋଡ଼ ନଥାଇ ହୋଇଛନ୍ତି ବିଶ୍ୱଚାମ୍ପିଅନ।ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ଅନ୍ତିମ ଦିବସରେ ଅନୁଷ୍ଠିତ ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ବିଶ୍ୱର ନମ୍ବର ୧ ଖେଳାଳି ଭାରତର ଶୀତଲ୍‌ ଦେବୀଙ୍କୁ ୧୩୯-୧୩୬ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିବା ସହ ନୂଆ ଇତିହାସ ରଚିଛନ୍ତି ପାୟଲ। ଶୁକ୍ରବାର ପାୟଲ ଏବଂ ଶୀତଲ୍‌ ଦେବୀ କମ୍ପାଉଣ୍ଡ ଟିମ୍‌ ଇଭେଣ୍ଡ ଫାଇନାଲରେ ମିଳିତ ଭାବେ ଜିତିଥିଲେ ସ୍ବର୍ଣ୍ଣପଦକ । ଉଭୟ ହାତ ଏବଂ ଗୋଡ଼ ନ ଥିବା ପାୟଲ ବିଶ୍ୱର ପ୍ରଥମ ପାରା ତୀରନ୍ଦାଜ ଭାବେ ଏହି ସଫଳତା ହାସଲ କରିଥିବାରୁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ।

What's Your Reaction?

like

dislike

love

funny

angry

sad

wow