କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ

Mar 17, 2026 - 13:05
 0  0
କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ବା ଦଳ-ବିରୋଧୀ ମତଦାନ କରିବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ କଂଗ୍ରେସର ୩ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗମାଙ୍ଗ ।ଦଳର ହ୍ୱିପ୍‌ ନମାନି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିଲେ ଏହି ୩ ବିଧାୟକ ।ସେହିଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ନଗର କଂଗ୍ରେସର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିଛି କଂଗ୍ରେସ । ଏହି ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ପ୍ରଦେଶ କଂଗ୍ରେସ କମିଟି ।ଦଳ ପକ୍ଷରୁ କୁହାଯାଇଛି ଯେ, ଦଳର ଅନୁଶାସନ ଏବଂ ନୀତିକୁ କେହି ଭଙ୍ଗ କଲେ ତାଙ୍କ ବିରୁଦ୍ଧରେ  ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏହି ନିଷ୍ପତ୍ତି ଦ୍ୱାରା ଦଳରେ ଅନୁଶାସନ ଏବଂ ଏକତା ବଜାୟ ରଖିବାକୁ ଚାହୁଁଛି କଂଗ୍ରେସ ।

What's Your Reaction?

like

dislike

love

funny

angry

sad

wow