କାଶିପୁରରେ ଡ଼ିପ୍‌ଥେରିଆ ରୋଗର ସ୍ଥିତି ସମୀକ୍ଷା କଲେ ଡ଼ାକ୍ତରୀ ଟିମ୍‌

Jun 30, 2024 - 16:28
 0  2
କାଶିପୁରରେ ଡ଼ିପ୍‌ଥେରିଆ ରୋଗର ସ୍ଥିତି ସମୀକ୍ଷା କଲେ ଡ଼ାକ୍ତରୀ ଟିମ୍‌

ରାୟଗଡ ଜିଲ୍ଲା କାଶିପୁର ବ୍ଲକରେ ଡିପଥେରିଆ ରୋଗରେ ପାଞ୍ଚଜଣଙ୍କର ମୃତ୍ୟୁ ହେବା ପରେ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଡ଼ାକ୍ତରୀ ଦଳ । ଉକ୍ତ ଗ୍ରାମରେ ଆଜି ସ୍ୱାସ୍ଥ୍ୟ ବିଭାଗର ପାଞ୍ଚ ଜଣିଆ ଟିମ୍ ଯଥା ଡାକ୍ତର ଆଶିଷ ଚକ୍ରବର୍ତୀ, ଉପନିର୍ଦ୍ଦେଶକ ଡାକ୍ତର ରମେଶ ଚନ୍ଦ୍ରା ଏବଂ ଏପିଡୋମାଲୋଜିଷ୍ଟ ଡାକ୍ତର ଆରତି ନରେଡା ପହଁଚି ଥିଲେ । ଟିମ୍ ପ୍ରଥମେ ଡଙ୍ଗାସିଲ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଡାକ୍ତର ଅମିତ ବିଷୋୟୀଙ୍କ ସହିତ ଆଲେଚନା କରିଥିଲେ । ଏହା ପରେ ଉକ୍ତ ଟିମ୍ ସେହି ଗ୍ରାମକୁ ଯାଇ ସେଠାର ସ୍ଥିତି ଅନୁଧ୍ୟାନ କରିବା ସହିତ ଦିଆଯାଇଥିବା ଇଞ୍ଜେକସର ପ୍ରଭାବ କିପରି ରହିଛି ସେହି ଉପରେ ଅନୁଧ୍ୟନ କରୁଥିଲେ । ତେବେ ରୋଗ ବ୍ୟାପିବାର କରାଣ ବିଷୟରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । 

What's Your Reaction?

like

dislike

love

funny

angry

sad

wow