ଖୁବଶୀଘ୍ର ବନ୍ଦ ହୋଇପାରେ ରୁଷ-ୟୁକ୍ରେନ୍ ଯୁଦ୍ଧ

ଦୀର୍ଘ ୩୪ ମାସ ପରେ ବନ୍ଦ ହୋଇପାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ। ଗୁରୁବାର ରୁଷିଆବାସୀଙ୍କୁ ବର୍ଷର ଶେଷ ସମ୍ବୋଧନରେ ଅନେକ ପ୍ରଶ୍ନର ଉତ୍ତର ରଖିବା ସମୟରେ ଏଭଳି ସଙ୍କେତ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ବିନା ସର୍ତ୍ତରେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି। ଏଥିସହ ଯୁଦ୍ଧ ଶେଷ କରିବାକୁ ଆମେରିକା ଭାବି ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପୁଟିନ୍।
What's Your Reaction?






