ଖୁବଶୀଘ୍ର ରାଜ୍ୟରେ କମିଯିବ ଆଳୁ ଓ ପିଆଜ ଦର
କୋଲକାତାରୁ ଆସି ଓଡ଼ିଶାରେ ପହଞ୍ଚିଛି ୧୦୦୦ଟ୍ରକ ଆଳୁ। ଯାହାଫଳରେ ଖୁବଶୀଘ୍ର କମିବ ଆଳୁ ଓ ପିଆଜ ମୂଲ୍ୟ। ଦୁଇଦିନ ମଧ୍ୟରେ ୨ଟି ଟ୍ରେନରେ ଆଳୁ ଆସି ପହଞ୍ଚିବ ଉତ୍ତରପ୍ରଦେଶରୁ। ପିଆଜ ବି ସରକାର ନାଫେଡ ମାଧ୍ୟମରେ କ୍ରୟ କରିବାକୁ ନେଇଛନ୍ତି ନିଷ୍ପତ୍ତି। ନାଫେଡରେ ୨ଲକ୍ଷ ମେଟ୍ରିକ ଟନ ପିଆଜ ରହିଛି ମହଜୁଦ। ନାଫେଡ ଦୈନିକ ୨ ଟ୍ରକ ପିଆଜ ରାଜ୍ୟକୁ ଯୋଗାଇ ଦେବାକୁ ଜଣାଇଛି ସମ୍ମତି। ଆଳୁ, ପିଆଜକୁ ନେଇ ଖାଉଟି ଚିନ୍ତାପ୍ରକଟ ନ କରିବାକୁ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
What's Your Reaction?