ଗଛରେ ପିଟି ହେଲା ଆମ୍ବୁଲାନ୍ସ , ଚାଲିଗଲା ରୋଗୀଙ୍କ ଜୀବନ
ଗଛରେ ପିଟି ହେଲା ଆମ୍ବୁଲାନ୍ସ , ଚାଲିଗଲା ରୋଗୀଙ୍କ ଜୀବନ । ରୋଗୀଙ୍କ ୩ ସମ୍ପର୍କୀୟଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭର ହୋଇଛନ୍ତି ଗୁରୁତର । ସୂଚନା ଅନୁଯାୟୀ ଯାଜପୁର ଜିଲା ବିଞ୍ଝାରପୁର ଥାନା ବରହମପୁର ନିକଟରେ ଶୁକ୍ରବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କ ସମେତ ତାଙ୍କର ୩ ସମ୍ପର୍କୀୟଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା ପରେ ଧରି ଫେରୁଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବରହମପୁର ନିକଟରେ ଏକ ଗଛରେ ଆମ୍ବୁଲାନ୍ସଟି ପିଟି ହୋଇଯିବାରୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଛନ୍ତି।
What's Your Reaction?