ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ବ କର୍ମଚାରୀଙ୍କୁ କରାଯିବ ବଦଳି

Revenue employees who have been working in the same place for more than three years will be transferred to other locations. The Revenue Department has issued a letter to all District Collectors for immediate transfer of employees working in district offices, sub-divisional offices, block offices, and tehsil offices. Revenue Minister Suresh Pujari stated that several complaints have been repeatedly received against some employees working under the Revenue Administration. Despite government orders for regular transfers, many employees continue to remain in the same office or post for years. The department has directed to prepare a list immediately, seek approval from higher authorities, and implement the transfers. The letter also mentioned that details of the actions taken should be informed to the department within 15 days.

Sep 19, 2025 - 13:20
 0  13
ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ବ କର୍ମଚାରୀଙ୍କୁ କରାଯିବ ବଦଳି

ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ୱ କର୍ମଚାରୀଙ୍କୁ ଅନ୍ୟତ୍ର କରାଯିବ ବଦଳି  । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ କରାଯାଇଛି ଚିଠି ।ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜସ୍ବ ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କ ବିରୋଧରେ ବାରମ୍ବାର ଆସୁଛି ଅଭିଯୋଗ । ନିୟମିତ ଭାବେ କର୍ମଚାରୀଙ୍କ ବଦଳି ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ଗୋଟିଏ କାର୍ଯ୍ୟାଳୟ ଅବା ପଦବିରେ ବର୍ଷ ବର୍ଷ ଧରି ରହିଛନ୍ତି ବହୁ କର୍ମଚାରୀ । ତୁରନ୍ତ ତାଲିକା କରି ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେଇ ଏହାକୁ କାର୍ଯ୍ୟକାରୀ କରିବାକୁ ଚିଠି କରିଛି ବିଭାଗ । ଏ ସଂପର୍କରେ କି ପଦକ୍ଷେପ ନିଆଗଲା ତାହା ବିଭାଗକୁ ୧୫ ଦିନ ମଧ୍ୟରେ ଅବଗତ କରାଇବାକୁ ମଧ୍ୟ ଚିଠିରେ ରହିଛି ଉଲ୍ଲେଖ । 

What's Your Reaction?

like

dislike

love

funny

angry

sad

wow