ଜୁଲାଇ ୭ରେ ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହେମନ୍ତ
![ଜୁଲାଇ ୭ରେ ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହେମନ୍ତ](https://kalingascroll.in/uploads/images/202407/image_870x_668663852fbe7.jpg)
ଜାମିନରେ ଜେଲରୁ ମୁକୁଳି ଥିବା ହେମନ୍ତ ସୋରେନ ପୁଣି ହେବେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ।ଚମ୍ପାଇ ସୋରେନ ଇସ୍ତଫା ଦେବା ପୂର୍ବରୁ ଜେଏମଏମର ହୋଇଥିଲା ବିଧାୟକ ଦଳ ବୈଠକ। ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବେ କରାଯାଇଥିଲା ନିର୍ବାଚିତ । ଆସନ୍ତା ଜୁଲାଇ ୭ରେ ଶପଥ ଗ୍ରହଣ କରିବେ ହେମନ୍ତ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଆରମ୍ଭ କରିଛି ପ୍ରସ୍ତୁତି । ହେମନ୍ତଙ୍କ ସହ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ । ତେବେ କୁହାଯାଉଛି ଯେ, ହେମନ୍ତଙ୍କ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହୋଇପାରନ୍ତି । ଜୁଲାଇ ୭ରେ ଶପଥ ନେବା ପରେ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)