ଜେଲରେ ବଡ଼ଧରଣର ରେଡ୍: ଜବତ ହେଲା ବିପୁଳ ନିଶାଦ୍ରବ୍ଯ
ବଲାଙ୍ଗୀର ଜେଲରେ ବଡ଼ଧରଣର ରେଡ୍ । ଗ୍ଯାଙ୍ଗୱାର ଖବର ପ୍ରକାଶ ପରେ ସକାଳ ସାଢେ ୬ଟାରୁ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିଲା ଚଢାଉ। ରେଡରେ ୨ ପ୍ଲାଟୁନ ଫୋର୍ସ ଓ ୯ ଜଣ ଅଧିକାରୀ ହୋଇଥିଲେ ସାମିଲ। ଚଢାଉରେ ଜବତ ହୋଇଛି ଭାଙ୍ଗ, ବିଡି, ଗଞ୍ଜେଇ ଓ ଚିଲମ ସହ ବିଭିନ୍ନ ସମାଗ୍ରୀ I ଏସପିଙ୍କ ସୂଚନା ଅନୁସାରେ, ଜେଲର ୧୨ଟି ୱାର୍ଡ ସମେତ ଡାଇନିଂ, କିଚେନ ଆଦି ସ୍ଥାନରେ କରାଯାଇଥିଲା ଯାଞ୍ଚ। ନିଶାଦ୍ରବ୍ଯ ମିଳିବା ନେଇ ରିପୋର୍ଟ ପ୍ରଦାନ କରିବେ ଜେଲର । ତେବେ ନିଶାକାରବାରରେ କିଛି ଜେଲ କର୍ମଚାରୀଙ୍କ ସଂପୃକ୍ତି ଥିବା କରାଯାଉଛି ସନ୍ଦେହ।
What's Your Reaction?