ଜମ୍ମୁ କଶ୍ମୀରରେ ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ
ଆଉ କିଛି ଦିନ ପରେ ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ହେବ ନିର୍ବାଚନ। ଏହା ଭିତରେ ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ବୋଲି ମିଳିଛି ସୂଚନା। ଏନେଇ ଖବର ମିଳିବା ପରେ ସୁରକ୍ଷା ଏଜେନ୍ସିମାନେ ହୋଇଯାଇଛନ୍ତି ସତର୍କ । ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜୋରି, ପୁଛ, କଠୁଆ ଓ ଡୋଡୋରେ ବଢାଇ ଦିଆଯାଇଛି ସୁରକ୍ଷା ବଳ । ସମ୍ବେଦନଶୀଳ ସ୍ଥାନ ଉପରେ ରଖାଯାଇଛି କଡା ନଜର। ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରରେ ୨୦୧୪ ପରେ ପ୍ରଥମ ଥର ହେବାକୁ ଯାଉଛି ବିଧାନସଭା ନିର୍ବାଚନ । କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଏଠାରେ ପ୍ରଥମ ଥର ୯୦ ବିଧାନସଭା ଆସନରେ ମତଦାନ ହେବ।
What's Your Reaction?