ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର

Aug 21, 2024 - 13:07
 0  6
ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର

ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍ ଭାବେ ସ୍ଥାନ ପାଇଛନ୍ତି ଶକ୍ତିକାନ୍ତ ଦାସ। ଏନେଇ ଆରବିଆଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି ଯେ, ‘‘ଖୁସିର ସହ ଘୋଷଣା କରୁଛୁ ଯେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୪ରେ ‘ଏ+’ ମାନ୍ୟତା ଦିଆଯାଇଛି।’’
ଏହି ସଫଳତା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘‘ଏହି ସଫଳତା ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ, ଏବଂ ସେ ପୁଣି ଦ୍ୱିତୀୟ ଥର ପାଇଁ। ଏହା ଆରବିଆଇରେ ତାଙ୍କର ନେତୃତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ତାଙ୍କ କାର୍ଯ୍ୟକୁ ମିଳିଥିବା ମାନ୍ୟତା।’’

What's Your Reaction?

like

dislike

love

funny

angry

sad

wow