ବଜ୍ରପାତ ଯୋଗୁଁ ଗୋଟିଏ ଦିନରେ ୩୮ ଜଣଙ୍କ ମୃତ୍ୟୁ

Jul 11, 2024 - 15:12
 0  1
ବଜ୍ରପାତ ଯୋଗୁଁ ଗୋଟିଏ ଦିନରେ ୩୮ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ଗୋଟିଏ ଦିନରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ରହଛି ସୂଚନା । ସେହିପରି ଅନେକ ଲୋକ ହୋଇଛନ୍ତି ଆହତ । ରିପୋର୍ଟ ଅନୁସାରେ, ବଜ୍ରପାତ ଯୋଗୁଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ସର୍ବାଧିକ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁଲତାନପୁରରେ ୭ ଜଣ, ଚନ୍ଦୌଲିରେ ୬, ମୈନପୁରୀରେ ୫ , ପ୍ରୟାଗରାଜରେ ୪ , ଔରୟା, ଦେୱରିଆ, ହାଥରସ, ବାରଣାସୀ ଏବଂ ସିଦ୍ଧାର୍ଥନଗରରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୩ ଏବଂ ୧୫ ବର୍ଷିୟ ନାବାଳକ ମଧ୍ୟ ରହିଛନ୍ତି । ସେହିପରି ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକ ଲୋକ ଚାଷ କରିବା ମାଛ ଧରିବା ସମୟରେବଜ୍ରପାତରେ ପ୍ରାଣ ହରାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow