ଚୀନ୍ ଉପରେ ଆମେରିକା ଟାରିଫ୍ ଲଗାଇବା ପରେ, ଏକପ୍ରକାର ଟାରିଫ୍ ୱାରର ଧମକ ଦେଇଛି ଚୀନ୍

ଚୀନ୍ ଉପରେ ଆମେରିକା ଟାରିଫ୍ ଲଗାଇବା ପରେ, ଏକପ୍ରକାର ଟାରିଫ୍ ୱାରର ଧମକ ଦେଇଛି ଚୀନ୍ ।ଯାହାର ପ୍ରତିକ୍ରିୟାରେ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛି ଆମେରିକା ।ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ବିବୃତ୍ତିରେ କହିଛନ୍ତି, ଆମେରିକା ଚୀନ୍ ସହିତ ଶୁଳ୍କ ଏବଂ ବାଣିଜ୍ୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ହେଗସେଥ୍ କହିଛନ୍ତି, ଆମେରିକା ଶାନ୍ତି ଏବଂ ସହଯୋଗ ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛି, କିନ୍ତୁ ଆବଶ୍ୟକ ହେଲେ, ଆମେରିକା ତା'ର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ରହିବ ପ୍ରସ୍ତୁତ।
What's Your Reaction?






