ମଣିପୁରରେ ଅସ୍ତ୍ରଶସ୍ତ୍ର ଜମା କରିବାର ଆଜି ସରୁଛି ସମୟସୀମା

Mar 6, 2025 - 17:01
 0  1
ମଣିପୁରରେ ଅସ୍ତ୍ରଶସ୍ତ୍ର ଜମା କରିବାର ଆଜି ସରୁଛି ସମୟସୀମା

ମଣିପୁରରେ ଅସ୍ତ୍ରଶସ୍ତ୍ର ଜମା କରିବାର ଆଜି ସରୁଛି ସମୟସୀମା।ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ବେଆଇନ ଅସ୍ତ୍ରଶସ୍ତ୍ର ଜମା ଦେବା ଉପରେ ଗୁରୁତ୍ବ ଦେଇଥିଲେ ରାଜ୍ୟପାଳ ଅଜୟ ଭାଲ୍ଲା। ଗତ ୨୦୨୩ ମେ ମାସରୁ ଉତ୍ତେଜନା ପରଠାରୁ ହଜାରରୁ ଅଧିକ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିବା ହୋଇଥିଲା ଅଭିଯୋଗ।ରାଜ୍ୟର ସମସ୍ତ ରାସ୍ତାରେ ଯେପରି ଲୋକେ ମୁକ୍ତ ଭାବେ ଚଳାଚଳ କରିପାରିବେ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ ଅମୀତ ଶାହା। ଯେଉଁମାନେ ରାସ୍ତା ଅବରୋଧ କରିବେ କିମ୍ବା ସାଧାରଣ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଆଯାଇଥିଲା ନିର୍ଦ୍ଦେଶ। ଏହା ସହ ମଣିପୁରର ଅନ୍ତର୍ଜାତୀୟ ସୀମାରେ ଥିବା ପ୍ରବେଶ ସ୍ଥଳଗୁଡିକରେ ତାରବାଡ ଯଥାଶୀଘ୍ର ସାରିବା ଲାଗି ନିଆଯାଇଛି ପଦକ୍ଷେପ ।

What's Your Reaction?

like

dislike

love

funny

angry

sad

wow