ମହାକାଶରେ ଦ୍ଵିତୀୟ ଥର ପାଇଁ ଜନ୍ମଦିନ ପାଳିବେ ସୁନୀତା

Sep 12, 2024 - 15:49
 0  5
ମହାକାଶରେ ଦ୍ଵିତୀୟ ଥର ପାଇଁ ଜନ୍ମଦିନ ପାଳିବେ ସୁନୀତା

ମହାକାଶରେ ଦ୍ଵିତୀୟ ଥର ପାଇଁ ଜନ୍ମଦିନ ପାଳିବେ ସୁନୀତା ଓ୍ବିଲିୟମ୍ସ। ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର  ୫୯ତମ ଜନ୍ମଦିନ। ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେସନ୍ ରେ ସେ ପାଳିବେନିଜ ଜନ୍ମଦିନ । ମହାକାଶରେ ଏହା ହେବ ତାଙ୍କର ଦ୍ଵିତୀୟ ଜନ୍ମଦିନ। ଗତ ୬ ତାରିଖରେ ମହାକାଶ ଯାତ୍ରୀ ବେରି  ଓ୍ବିଲମୋର୍ ଙ୍କ ସହ ଆଇଏସଏସକୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ରହିଛନ୍ତି। ଉଭୟେ ୨୦୨୫ ଫେବୃଆରୀ ମାସରେ ସ୍ପେସେକ୍ସର ଡ୍ରାଗନ୍ କ୍ରିଉ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ ମିଳିଛି ସୂଚନା । ବର୍ତ୍ତମାନ ସୁଦ୍ଧା ସୁନୀତା ମହାକାଶରେ ବିତାଇ ସାରିଲେଣି ମୋଟ୍ ୩୨୨ ଦିନ।

What's Your Reaction?

like

dislike

love

funny

angry

sad

wow