ଏବେଠୁ ଅସହ୍ୟ ହେଲାଣି ତାତି

ଏବେଠୁ ଅସହ୍ୟ ହେଲାଣି ତାତି । ଜଳୁଛି ସାରା ଓଡ଼ିଶା, ବିଶେଷ କରି ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ଗତକାଲି ୩୮ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ପାଲଟିଥିଲା ଭାରତର ସବୁଠୁ ଉତ୍ତପ୍ତ ସହର । ଦେଶର ୧୦ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୪ ଜିଲ୍ଲା ରହିଛି । ୩୮.୨ ଡିଗ୍ରୀ ସହ ଝାରସୁଗୁଡ଼ା ଚତୁର୍ଥ ସ୍ଥାନରେ ଥିବା ବେଳେ ୩୮ ଡିଗ୍ରୀ ପାରଦ ସହ ବଲାଙ୍ଗୀର ରହିଛି ଷଷ୍ଠ ସ୍ଥାନରେ । ସେହିପର ୧୦ ନମ୍ବର ତାଲିକାରେ ରହିଛି ଅନୁଗୁଳ ।
What's Your Reaction?






