ଚାମ୍ପିୟନ୍ସ ଟ୍ରଫି ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ମ୍ୟାଚ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

Mar 2, 2025 - 11:50
 0  4
ଚାମ୍ପିୟନ୍ସ ଟ୍ରଫି ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ମ୍ୟାଚ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ଚାମ୍ପିୟନ୍ସ ଟ୍ରଫି ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ମ୍ୟାଚ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା । ଗ୍ରୁପ୍‌ ‘ଏ’ର ଶୀର୍ଷ ସ୍ଥାନ ପାଇଁ ହେବ ଲଢେଇ । ପ୍ରତିଯୋଗିତା ଦୃଷ୍ଟିରୁ ଏହା ଗୁରୁତ୍ବ ରଖୁନଥିଲେ ମଧ୍ୟ ଭାରତୀୟ ଦଳ ସେମିଫାଇନାଲ୍‌ ପୂର୍ବରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବା ଏବଂ ସ୍ପିନ୍ ବିପକ୍ଷରେ ନିଜ ଖେଳାଳିଙ୍କୁ ଅଧିକ ଶାଣିତ କରିବାକୁ ଏହି ମ୍ୟାଚ୍‌ ଉପରେ ରଖିଛି ନଜର। ଶୁବମନ ଗିଲ୍ ଓ ବିରାଟ କୋହଲି ଅନ୍ୟୂନ ଗୋଟିଏ ଲେଖାଏଁ ଶତକ ହାସଲ କରିଥିବାବେ‌ଳେ ଏବେ କେଏଲ୍ ରାହୁଲ, ଶ୍ରେୟସ ଆୟରଙ୍କୁ ସେମିଫାଇନାଲ୍ ପୂର୍ବରୁ ଦୁବାଇର ମନ୍ଥର ପିଚ୍‌ରେ କିଛି ଭଲ ଅଭ୍ୟାସର ଆବଶ୍ୟକତା ରହିଛି । ଉଭୟ ଦଳ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ  ରହିଛନ୍ତି ଅପରାଜିତ। ନିଜ ନିଜର ଶେଷ ୫ ମୁକାବିଲା ଜିତିଛନ୍ତି। ଗ୍ରୁପ୍ ପର୍ଯ୍ୟାୟ ଏବଂ ସେମିଫାଇନାଲ୍‌ରେ ଭାରତୀୟ ଦଳ  ହୋଇଥିଲା ବିଜୟୀ। ରୋହିତ ନ ଖେଳିଲେ ଋଷଭ ପନ୍ତ୍ ପାଇପାରନ୍ତି ପ୍ରଥମ ମ୍ୟାଚ୍‌ ସୁଯୋଗ ।  ଅଧିନାୟକ ଦାୟିତ୍ୱ ତୁଳାଇପାରନ୍ତି ଶୁଭମନ ଗିଲ୍ । 

What's Your Reaction?

like

dislike

love

funny

angry

sad

wow