ୟୁଏଇକୁ ହରାଇ ଭାରତର ଦ୍ୱିତୀୟ ବିଜୟ

Jul 22, 2024 - 12:29
 0  2
ୟୁଏଇକୁ ହରାଇ ଭାରତର ଦ୍ୱିତୀୟ ବିଜୟ

କ୍ରମାଗତ ଦ୍ବିତୀୟ ବିଜୟ ସହ ଭାରତୀୟ ମହିଳା ଦଳ ଏସିଆ କପ୍ ସେମିଫାଇନାଲରେ କରିଛି ପ୍ରବେଶ। ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତ ରବିବାର ୟୁଏଇ ବିପକ୍ଷରେ ୭୮ ରନର ବଡ଼ ବିଜୟ ହାସଲ କରି  ପାଇଛି ଏହି ସଫଳତା। ଏହି ମ୍ୟାଚରେ ୟୁଏଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଇଥିଲା ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରିଚା ଘୋଷଙ୍କ ଅର୍ଦ୍ଧଶତକ ଏବଂ ଅଧିନାୟିକା ହରମନପ୍ରୀତ କୌରଙ୍କ ଲଢୁଆ ଇନିଂସ୍ ବଳରେ ୫ ୱିକେଟ୍ ହରାଇ ୨୦୧ ରନର ବିଶାଳ ସ୍କୋର କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ୟୁଏଇ ୭ ୱିକେଟ୍ ହରାଇ ମାତ୍ର ୧୨୩ ରନ୍ କରିପାରିଥିଲା। ଏହି ମ୍ୟାଚରେ ସ୍ମୃତି ମନ୍ଧାନା ମାତ୍ର ୧୩ ରନ୍ କରିପାରିଥିବା ବେଳେ ଶେଫାଲି ବର୍ମା ୩୭ ରନ୍ ର ଯୋଗଦାନ ଦେଇଥିଲେ। ହରମନପ୍ରୀତ ୪୭ ବଲ୍ରୁ ୬୬ ରନ୍ କରିଥିଲେ।୨୦୨ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ୟୁଏଇ ୩୬ ରନରେ ୩ଟି ଓ୍ବିକେଟ ହରାଇ ପଡ଼ିଥିଲା ସଂକଟରେ । ତେବେ ଇଶା ରୋହିତ୍ ଓଜା ଓ କବିସା ଏଗୋଡେଜ୍ ଲଢୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ କିଛି ସମୟ ମୁକାବିଲା କରିଥିଲେ । ଇଶା ୩୮ ଓ କବିଶା ୪୦ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟରମାନେ ଭଲ ପ୍ରଦର୍ଶନ କରିପାରିନଥିଲେ ଓ ଦଳ ୨୦ ଓଭରରେ ୭ ଓ୍ବିକେଟ ହରାଇ  କରିଥିଲା ୧୨୩ ରନ।

What's Your Reaction?

like

dislike

love

funny

angry

sad

wow