ଡୋନାଲଡ ଟ୍ରମ୍ପ ଓ ଭୋଲୋଦିମିର ଜେଲେନସ୍କି କଥା କଟାକଟି

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଥା କଟାକଟି । ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଏହା ଫାଟିଛି ଫସର। କଥାବାର୍ତ୍ତା ବେଳେ ଆମେରିକା ସହ ଖଣିଜ ପଦାର୍ଥ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହେବା ଆଶା ଥିଲା ବେଳେ, ମାତ୍ର ବୈଠକରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସବୁ କିଛି ହୋଇଛି ଧୂଳିସାତ। ଏପରିକି ଜେଲେନସ୍କି ଓ ତାଙ୍କ ପ୍ରତିନିଧିଙ୍କୁ ହ୍ବାଇଟ ହାଉସରୁ ବାହାରି ଯିବା ଲାଗି ବି ନିର୍ଦ୍ଦେଶ ଦିଆଯିବାରୁ କୌଣସି ମିଳିତ ଘୋଷଣାନାମା ଜାରି ହୋଇପାରିନାହିଁ ।ଶାନ୍ତି ପ୍ରତିଷ୍ଠା ଲାଗି ଜେଲେନସ୍କି ଅଙ୍ଗୀକୃତ ନୁହଁନ୍ତି ଏବଂ ସେ ସମ୍ମାନ ଦେଇ ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବି ଉପସ୍ଥିତ ଥିଲେ । ତେବେ ଜେଲେନସ୍କି ଏକ ବିତର୍କ ସୃଷ୍ଟି କରିବାରୁ କଥାବାର୍ତ୍ତାରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ଏପରିକି ଆପଣ ତୃତୀୟ ବିଶ୍ବଯୁଦ୍ଧ ସୃଷ୍ଟି ଲାଗି ଉଦ୍ୟମ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ ।
What's Your Reaction?






