ସରିଲା ସୁଭଦ୍ରାଶକ୍ତି ମେଳା

ସରିଲା ସୁଭଦ୍ରାଶକ୍ତି ମେଳା । ୯ ଦିନରେ ୪00 ବନିଲେ ଲକ୍ଷପତି ଦିଦି । ଲକ୍ଷପତି ଦିଦି ପ୍ରୟାସ ସଫଳ ହୋଇଥିବା ସୁଭଦ୍ରା ଶକ୍ତି ମେଳାର ଉଦଯାପନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ସେ କହିଛନ୍ତି, ଏହି ମେଳାରେ ୭ ଲକ୍ଷ ଗ୍ରାହକ ଆସିଥିବା ବେଳେ ୫ କୋଟି ଟଙ୍କାର ହୋଇଛି ବେପାର। ପ୍ରତ୍ୟକ ଷ୍ଟଲ ୨ ରୁ ୪ ଲକ୍ଷ ଟଙ୍କାର ଲାଭ କରିବାରେ ହେଇପାରିଛନ୍ତି ସଫଳ । ୨୨ ତାରିଖ ରୁ ଆରମ୍ଭ ହୋଇଥିଲା ଏହି ମେଳା। ମହିଳାଙ୍କୁ ସସକ୍ତ କରିବାରେ ସରକାରଙ୍କ ଏହି ପ୍ରୟାସକୁ ଗ୍ରାହକ ମଧ୍ୟ ସ୍ୱାଗତ କରିଛନ୍ତି ।
What's Your Reaction?






