ରାଶିଫଳ

ରାଶିଫଳ
ମେଷ
 କୃତ୍ତିକା ନକ୍ଷତ୍ରର ଭ୍ରମଣ ହେତୁକ କ୍ଲାନ୍ତି ଦେଖାଦେଇପାରେ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭରେ ହତାଶାବୋଧ କରିପାରନ୍ତି ।
ବୃଷ
 ବନ୍ଧୁଙ୍କ ଜରିଆରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ରୋହିଣୀ ନକ୍ଷତ୍ର କଠିନ ଶ୍ରମ ଓ ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ହୋଇପାରେ। ଅବକାରୀ ବା ନିୟନ୍ତ୍ରିତ ଦ୍ରବ୍ୟର ବ୍ୟବସାୟରେ ଖିଲାପକରି ଦଣ୍ଡିତ ହୋଇପାରନ୍ତି ।
ମିଥୁନ
 ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ। ଅବହେଳା ଯୋଗୁ ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ପୁନର୍ବସୁ ନକ୍ଷତ୍ର ବନ୍ଧୁବର୍ଗଙ୍କ ସାହାଯ୍ୟ ଲାଭକରି ନୂତନ ଯୋଜନାରେ କୃତକାର୍ଯ୍ୟ ହେବେ।
କର୍କଟ
 ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ପଡ଼ୋଶୀ ମନ ବଳାଇବେ। ଅଶ୍ଳେଷା ନକ୍ଷତ୍ର ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଉଚ୍ଚପଦାଧିକାରୀଙ୍କ ଭତ୍ସନାରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
ସି˚ହ
ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ନତୁବା କ୍ଷତିରେ ପଡ଼ିଯାଇପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟିହେବା ସୂଚନା ରହିଛି। ବିବାଦୀୟ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
କନ୍ୟା

ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। କାର୍ଯ୍ୟବ୍ୟସ୍ତ ଯୋଗୁ କାମଗୁଡିକର ସମୀକ୍ଷା କରିବାରେ ବିଳମ୍ବ ଘଟିପାରେ। ହସ୍ତା ନକ୍ଷତ୍ର ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଦୀର୍ଘଦିନର କ୍ରନିକ୍‍ ରୋଗପୀଡ଼ା ଲାଘବ ହୋଇ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା ଆଶା ରହିଛି।
ତୁଳା

ଆଜିର ଦିନରେ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମନଟା ଭଲ ରହିବ ନାହିଁ। ଆଜି ହିଁ ଶେଷ କରିବାକୁ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଭିନ୍ନରୂପ ନେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ଯୋଗୁ ସାମୟିକ ଖୁସି ଅନୁଭବ କରିବେ। ବିଶାଖା ନକ୍ଷତ୍ରର ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ବିଛା
ଅନାହୂତ ଭାବରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବେ। ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ ନତୁବା କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଠକାମିରେ ପଡ଼ିପାରନ୍ତି। ବନ୍ଧୁଙ୍କ ସହାୟତାରୁ ଶତ୍ରୁ ଉପଦବ୍ର ହ୍ରାସପାଇବ। 
ଧନୁ
 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସାମାଜିକ କାମରେ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। କିନ୍ତୁ ମୂଳା ନକ୍ଷତ୍ର ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‍ ଆରମ୍ଭକରିବାକୁ ମନ ବଳାଇପାରନ୍ତି। କର୍ମଦକ୍ଷତା ଓ ଲୋକପ୍ରିୟତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ମକର
ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାରୁ ଚାପର ସମ୍ମୁଖୀନ ହେବେ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ଶ୍ରବଣା ନକ୍ଷତ୍ର ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
କୁମ୍
ସ୍ଥଗିତ ରହିଯାଇଥିବା କାମରେ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ଶତଭିଷା ନକ୍ଷତ୍ରର ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୌଣସି କାମରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ।
ମୀନ
ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ରୁଗ୍‍ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଆଜି ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ସାହିତ୍ୟ, ଭ୍ରମଣ, ବାଣିଜ୍ୟ ଓ ରାଜନୀତି ତଥା ପ୍ରଶାସନ ପାଇଁ ଭଲ।