ସମ୍ବଲପୁରର ଅଇଁଠାପାଲି ଥାନା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ଅଇଁଠାପାଲି ପୋଲିସ

ସମ୍ବଲପୁରର ଅଇଁଠାପାଲି ଥାନା ଅଞ୍ଚଳର ଏୟାରଷ୍ଟ୍ରିପ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ଅଇଁଠାପାଲି ପୋଲିସ। ମହେଶର ଗୋଡ଼ରେ ବାଜିଛି ଗୁଳି। ଆହତ ମହେଶ କୁମାରଙ୍କୁ ବୁର୍ଲା ହାସପାତାଳରେ କରାଯାଇଛି ଭର୍ତ୍ତି ।ତା ପାଖରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଗତକାଲି ବନ୍ଧୁକ ଦେଖାଇ ୪୦ ହଜାର ଟଙ୍କା ଛଡାଇ ନେଇଥିଲା ମହେଶ । ଆଜି ସକାଳୁ ତାକୁ ଧରିବା ପାଇଁ ପୋଲିସ ପିଛା କରିବା ସମୟରେ ପୋଲିସ ଉପରକୁ ଚଳାଇଥିଲା ଗୁଳି। ଏହାର ଜବାବରେ ମହେଶକୁ ଏନ୍କାଉଣ୍ଟର କରିଛି ପୋଲିସ।
What's Your Reaction?






