ରାଶିଫଳ

Jan 12, 2025 - 10:25
 0  2
ରାଶିଫଳ
ମେଷ
 ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ସନ୍ତାନଙ୍କ ଯୋଗୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ ସମସ୍ୟା, କଚେରି ମାମଲା ଯୋଗୁ ଚିନ୍ତା ପ୍ରକଟ କରିବେ।
ବୃଷ
ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତିର ମାର୍ଗ ସୁଗମ ହେବ। ଅଫିସରେ ଭଲ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। କିନ୍ତୁ କୃତ୍ତିକା ନକ୍ଷତ୍ର ସକାଶେ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମିଥୁନ
 ଖୋଜୁଥିବା ଜିନିଷ ପାଇଯିବେ ଏବଂ ଅଟକିଥିବା କାର୍ଯ୍ୟ ତ୍ୱରାନ୍ବିତ ହେବ। କୁଟୀରଶିଳ୍ପ, ବ୍ୟବସାୟ, ପରିବହନର ପ୍ରତିବନ୍ଧକ ଦୂର ହେବ। ସ୍ଥଗିତ କାର୍ଯ୍ୟ ସକାଶେ ପାରିବାରିକ କ୍ଷେତ୍ର ସନ୍ତୋଜନକ ରହିବ ନାହିଁ।
କର୍କଟ
ସତ୍‌ସଙ୍ଗ, ଯୋଗସାଧନା, ସଭାସମିତି, ସଙ୍ଗଠନ ଓ ରାଜନୀତି କ୍ଷେତ୍ର ସକାଶେ ଦିନଟି ଭଲ। ପୁନର୍ବସୁ ନକ୍ଷତ୍ର କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ବନ୍ଧୁସମ୍ପର୍କ, ଶିକ୍ଷା କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ।
ସି˚ହ
 ଆର୍ଥିକ ଅନଟନଜନିତ ଧାର ଉଧାର କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।
କନ୍ୟା
କର୍ମଭାବରେ ଲାଭାଧିପତି ଥିବାରୁ ଭାଇ, ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ୟମାନଙ୍କ ସକାଶେ ଅସନ୍ତୋଷର କାରଣ ହେବ। ବ୍ୟବସାୟ, ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତ ହେବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରର ବୃତ୍ତିଗତ ଧନ୍ଦାରେ ପ୍ରତିବନ୍ଧକ ଲାଗି ମାନସିକ ସ୍ଥିରତା ରହିବ ନାହିଁ।
ତୁଳା

ଚତୁର୍ଥାଧିପତିଙ୍କ ଶୁଭତ୍ୱ ଯୋଗୁ ବନ୍ଧୁମିଳନ, ଯାନବାହନ ଲାଭ, ସାମାଜିକ ସମ୍ମାନ ଏବଂ ପାରିବାରିକ ସୁସମ୍ପର୍କ ସୃଷ୍ଟି କରିବ। ସ୍ଥଗିତ କାମ ସୁରୁଖୁରୁରେ ସମ୍ପନ୍ନ ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ଜମିଜମା କିମ୍ବା ଗୃହସୀମା ଓ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ।
ବିଛା
ଭାଗ୍ୟାଧିପ ଅଷ୍ଟମସ୍ଥ ଏବଂ ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କ ବିଚ୍ଛେଦାମତ୍କ ସ୍ଥିତି ଅନୁରାଧା ପାଇଁ ଦୁଃଖର କାରଣ ହେବ। ସମସ୍ୟା ରହିଥିଲେ ମଧ୍ୟ କୌଣସି ନୂତନ କର୍ମାରମ୍ଭ କରି ଆନନ୍ଦ ଅନୁଭବ କରିପାରନ୍ତି। 
ଧନୁ
 ଚନ୍ଦ୍ରଙ୍କ ସ୍ଥିତିଜନିତ ଭ୍ରମଣ ଓ ଖାଦ୍ୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହେବ। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ ଏବଂ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। କାର୍ଯ୍ୟଦକ୍ଷତାକୁ ନେଇ ପଡ଼ୋଶୀ ପ୍ରଶଂସା କରିବେ।
ମକର
 କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ସଭା ସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ଶାରୀରିକ ସୁସ୍ଥତା ଫେରି ଆସିବ ।
କୁମ୍ଭ
 ଈର୍ଷାପରାୟଣ ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ସାମୟିକ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ। ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବାରୁ ଧନିଷ୍ଠା ନକ୍ଷତ୍ର ଖୁସି ରହିବେ।
ମୀନ
ପାରିବାରିକ ସମର୍ଥନ ହାସଲ କରିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନର ଆଶା ରହିଛି।

What's Your Reaction?

like

dislike

love

funny

angry

sad

wow