ମେଷ
ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି ତାହା ଝିନ୍ଝଟ୍ ମଧ୍ୟରେ ପାଇବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ ଓ ପରିବହନରେ ସୁଫଳ ପାଇବା ସହିତ ପଦସ୍ଥଙ୍କ ପ୍ରେରଣା, ଆତ୍ମୀୟଙ୍କ ସହୃଦୟତାରୁ ଖୁସି ହେବେ।
ବୃଷ
ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। କୃତ୍ତିକା ନକ୍ଷତ୍ର ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି। ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ଆସିବା ବାଟକୁ ଚାହିଁରହି ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ଦୀର୍ଘ ଦିନରୁ କଥାବାର୍ତ୍ତା କରୁ ନ ଥିବା ବନ୍ଧୁଟି ନିକଟକୁ ଆସିବାର ଉପକ୍ରମ କରିପାରନ୍ତି। ପ୍ରାତଃ ଭ୍ରମଣ, ରାଜନୀତି, ପ୍ରଶାସନ, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ଭଲ। ଆରର୍ଦ୍ରା ନକ୍ଷତ୍ର ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ବିବ୍ରତ ହେବେ।
କର୍କଟ
ସ୍ବାସ୍ଥ୍ୟରେ ଉନ୍ନତି, ପରିବାର ସଦସ୍ୟଙ୍କ ଆନ୍ତରିକତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶାପୂରଣଜନିତ ଖୁସି ରହିବେ। କର୍ମକ୍ଷେତ୍ରରେ ମନାନ୍ତର ଘଟିପାରେ। ପଡ଼ୋଶୀଙ୍କଠାରୁ କିଛି ପାଇବାର ଆଶା ରଖତ୍ବେ।
ସି˚ହ
ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁଜନଙ୍କ ପ୍ରେରଣାରେ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂରହେବାର ସୂଚନା ରହିଛି।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବାରୁ ମନ ହାଲୁକା ରହିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସ୍ବାର୍ଥସାଧନ ଆଶାନେଇ ସହଯୋଗର ହାତ ବଢ଼ାଇ ପାରନ୍ତି। ଚିତ୍ରା ନକ୍ଷତ୍ର ସହକର୍ମୀଙ୍କ କଥାରେ ପଡ଼ି ପ୍ରଶାସନିକ ସ୍ତରରେ ସମସ୍ୟାଗ୍ରସ୍ତ ହୋଇପାରନ୍ତି।
ତୁଳା
ଆଜି ଅର୍ଥସମ୍ପର୍କିତ ଆଲୋଚନାକୁ କେନ୍ଦ୍ରକରି ଯୁକ୍ତିତର୍କ ଲାଗିପାରେ। ସାହିତ୍ୟଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣ କ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିପାରନ୍ତି। ବ୍ୟବସାୟ, ପରିବହନରେ ଉନ୍ନତି କରିବେ। କିନ୍ତୁ ବିବାଦୀୟ ସ୍ଥିତି ଲାଗିରହିବ। ବିଶାଖା ନକ୍ଷତ୍ରର ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ସମସ୍ୟା ଚିନ୍ତାର କାରଣ ହୋଇପାରେ।
ବିଛା
ଭାଙ୍ଗିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ଏବଂ କର୍ମକ୍ଷେତ୍ରରୁ ଅର୍ଥ ଓ ସାମାଜିକ ସମ୍ମାନ ଲାଭ କରିବେ। ଜ୍ୟେଷ୍ଠା ନକ୍ଷତ୍ରର ଅଟକିଥିବା କାମଟି ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ସମ୍ପନ୍ନ ହେବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ସାମୟିକ ବିରୋଧ କାମକୁ ବିଶୃଙ୍ଖଳିତ କରିପାରେ।
ଧନୁ
ବିବାଦୀୟ ପରିସ୍ଥିତି ବଦଳି ଯାଇଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରୁ ଫେରିବା ରାସ୍ତାରେ ଜଣେ ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। କିନ୍ତୁ ଶିଳ୍ପ, ବାଣିଜ୍ୟ, ପରିବହନ, ଗୃହସୀମାକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ମକର
ଅନ୍ୟମାନଙ୍କ ସହଯୋଗ ନେଇ ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ଆଶାନୁରୂପ ଫଳ ପାଇବେ। ଶିକ୍ଷା, ପରୀକ୍ଷା, ଆଲୋଚନା, ସଭାସମିତି, କଳା, ସାହିତ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିଜନଙ୍କ ସହିତ ଭ୍ରମଣ ସୁଯୋଗ ରହିଛି।
କୁମ୍ଭ
ବୃଥା ସନ୍ଦେହ କାରଣରୁ ପରିବାର ଲୋକଙ୍କ ଭୁଲ୍ ଧାରଣକୁ ବଦଳାଇ ପାରିବେ ନାହିଁ। ଖର୍ଚ୍ଚ ବୃଦ୍ଧି କାରଣରୁ ଚିନ୍ତା ପ୍ରକଟ କରିବେ। ପାରିବାରିକ, ବ୍ୟବସାୟିକ, ସାମାଜିକ ଏବଂ ନୂତନ ଯୋଜନାକୁ କାର୍ଯ୍ୟକାରୀ କରାଇନେବାର ସୁଯୋଗ ପାଇବେ।
ମୀନ
ଉତ୍ତରଭାଦ୍ରପଦ ନକ୍ଷତ୍ର ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ପରିଜନଙ୍କ ସାହାଯ୍ୟ ନେଇ ବାଣିଜ୍ୟ, ପରିବହନ ସାଙ୍ଗକୁ ସମାଜସେବାରୁ ପ୍ରଶଂସିତ ହେବେ।