ନୟାଗଡ଼ର ଫତେଗଡ଼ରେ ଘଟିଥିବା ଦୁଇ ନାବାଳକଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼

ନୟାଗଡ଼ର ଫତେଗଡ଼ରେ ଘଟିଥିବା ଦୁଇ ନାବାଳକଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ବାପାଙ୍କ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ନେଇ ପ୍ରଥମରୁ କୁହାଯାଇଥିଲା । ମାତ୍ର ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ । ପିଇସା-ପିଉସୀ, ଜେଜେ ମା, ବାପା ସମସ୍ତେ ମିଶି ଦୁଇ ନାବାଳକଙ୍କୁ ମାରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ଆଈ । ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଜଣେ ଚତର୍ଥରେ ପଢ଼ୁଥିଲେ। ଏବେ ଘଟଣାର ତଦନ୍ତ ଚାଲିଥିବା ବେଳେ, ସାଇଣ୍ଟିଫିକ୍ ପରୀକ୍ଷା ଓ ଶବବ୍ୟବଚ୍ଛେଦ ହେବା ପରେ ଜଣାପଡ଼ିବ ସବୁ। ଲୋକଙ୍କର ବାପାଙ୍କ ଉପରେ ସନ୍ଦେହ ଥିବାରୁ। ତାଙ୍କୁ ଅଟକ ରଖାଯାଇଛି ।
What's Your Reaction?






