ୟୁକ୍ରେନକୁ ସମର୍ଥନ ଓ ସୁରକ୍ଷା ଗ୍ୟାରେଣ୍ଟିରୁ ଆମେରିକା ଓହରିଯିବା ପରେ ଜୋର୍ଦାର୍ ହୋଇଛି ରୁଷ୍ର ଆକ୍ରମଣ

ୟୁକ୍ରେନକୁ ସମର୍ଥନ ଓ ସୁରକ୍ଷା ଗ୍ୟାରେଣ୍ଟିରୁ ଆମେରିକା ଓହରିଯିବା ପରେ ଜୋର୍ଦାର୍ ହୋଇଛି ରୁଷ୍ର ଆକ୍ରମଣ। ଗତ ରାତିରେ ୟୁକ୍ରେନ ଉପରେ ରୁଷ୍ ବଡ଼ ଧରଣର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରି ଘଟାଇଛି ବ୍ୟାପକ କ୍ଷୟକ୍ଷତି। ରୁଷ୍ ୧୪୫ଟି କାମିକାଜେ ଡ୍ରୋନ୍, ୨ଟି ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଗୋଟିଏ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରି ଧ୍ବଂସ କରିଛି ଡୋନେସ୍କ ଅଂଚଳର ଅନେକ ସରକାରୀ ଓ ଘରୋଇ ପ୍ରତିଷ୍ଠାନ। ଏହି ଆକ୍ରମଣରେ ଅତିକମ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଆହତ ହୋଇଛନ୍ତି ଶତାଧିକ ଲୋକ। ୟୁକ୍ରେନକୁ ସାମରିକ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଆମେରିକା ବନ୍ଦ କରିବାର ମାତ୍ର ଦୁଇ ଦିନ ପରେ ହୋଇଛି ଏହି ଆକ୍ରମଣ । ଆମେରିକାର ନୀତି ପରିବର୍ତ୍ତନ ମଧ୍ୟରେ ଏଭଳି ଆକ୍ରମଣ ସମଗ୍ର ୟୁରୋପରେ ଖେଳାଇ ଦେଇଛି ଆତଙ୍କ । ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେଉଥିବା ୟୁରୋପୀୟ ସଂଘକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚେତାବନୀର ଦୁଇ ଦିନ ପରେ କରାଯାଇଛି ଏଭଳି ଆକ୍ରମଣ।
What's Your Reaction?






