ସିମ୍ ବକ୍ସ ମାମଲାରେ ରାଜୁର ପରିବାରଙ୍କୁ ପଚରାଉଚରା କରିଛି ପୁଲିସ
ସିମ୍ ବକ୍ସ ଜବତ ମାମଲାରେ ରାଜୁ ମଣ୍ଡଳର ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସୂଚନା ଅନୁସାରେ ରାଜୁ ମଣ୍ଡଳ ନିଖୋଜ ନେଇ ପରିବାର ଲୋକେ ପଶ୍ଚିମବଙ୍ଗର ଏକ ଥାନାରେ ଦେଇଛନ୍ତି ଏତଲା। ରାଜୁର ଶେଷ ଠିକଣା ଲକ୍ଷ୍ମୀସାଗର ଦେଖାଇବାରୁ ପରିବାର ଲୋକେ ଲକ୍ଷ୍ମୀସାଗର ପୁଲିସ ସହ କରିଥିଲେ ଯୋଗାଯୋଗ । ଏହାପରେ ରାଜୁଙ୍କ ଓକିଲକୁ ପୁଲିସ ଦେଇଥିଲା ସମସ୍ତ ସୂଚନା। ପରିବାର ଲୋକମାନେ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିବା ପରେ ସିମ୍ ବକ୍ସ ଘଟଣା ବିଷୟରେ ପୁଲିସ କରାଇଛି ଅବଗତ । ଘଟଣାରେ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ରାଜୁମଣ୍ଡଳକୁ ରାଞ୍ଚିକୁ ନେଇ ଖୋଳତାଡ କରିବା ସହ ଅଧିକ ସିମ୍ ବକ୍ସ କରିଛି ଠାବ ।
What's Your Reaction?