ନଦୀରେ ମୂର୍ତ୍ତି ବିସର୍ଜନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରିବ ବିଏମ୍ସି
![ନଦୀରେ ମୂର୍ତ୍ତି ବିସର୍ଜନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରିବ ବିଏମ୍ସି](https://kalingascroll.in/uploads/images/202409/image_870x_66d9827e30032.jpg)
ନଦୀରେ ମୂର୍ତ୍ତି ବିସର୍ଜନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରିବ ବିଏମ୍ସି । ଏ ନେଇ ବିଏମ୍ସି ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଅସ୍ଥାୟୀ ପୋଖରୀ। ପ୍ରତିବର୍ଷ କୁଆଖାଇ ଏବଂ ଦୟା ନଦୀରେ ହେଉଛି ବହୁ ମୂର୍ତ୍ତି ବିସର୍ଜନ । ମୂର୍ତ୍ତିରେ ବ୍ୟବହୃତ ନଡା ଓ କେମିକାଲ ପାଣିରେ ମିଶିବା ଦ୍ୱାରା ହେଉଛି ଜଳ ପ୍ରଦୂଷଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଳାଯାଇଛି ଅସ୍ଥାୟୀ ପୋଖରୀ। ଅଧିକାଂଶ ମୂର୍ତ୍ତି ରାତିରେ ବିସର୍ଜନ ହେଉଥିବାରୁ ଦୁର୍ଘଟଣାକୁ ଏଡାଇବା ପାଇଁ ପୋଖରୀ ଚାରିପାଖକୁ କରାଯାଇଛି ଆଲୋକୀକରଣ । ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଙ୍କ ସହ ଜନସାଧାରଣ ଏହି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବିଏମ୍ସି ପକ୍ଷରୁ କରାଯାଇଛି ଅନୁରୋଧ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)