ଆଜିଠୁ ଚିଲିକାରେ ଡଲଫିନ୍ ଗଣନା

Jan 20, 2025 - 12:37
 0  3
ଆଜିଠୁ ଚିଲିକାରେ ଡଲଫିନ୍ ଗଣନା

ପକ୍ଷୀ ଗଣନା ପରେ ଆଜିଠୁ ଚିଲିକାରେ ଡଲଫିନ୍ ଗଣନା । ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର କରାଯାଉଛି ଗଣନା। ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ୍ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ଅଧିନରେ ଥିବା ୨ ଟି ରେଞ୍ଜରେ କରାଯାଉଛି ଏହି ଡଲଫିନ୍ ଗଣନା।ଗଣନାକାରୀମାନେ କିଭଳି ଡଲଫିନ୍ ଗଣନା କରିବେ ସେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ । ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ ୧୦୦ ରୁ ଉର୍ଦ୍ଧ୍ବ ଗଣନାକାରୀ। ୩ ଦିନ ପର୍ଯ୍ୟନ୍ତ ହେବ ଡଲଫିନ୍ ଗଣନା । ଆଜି  ଆରମ୍ଭ ହୋଇ  ୨୨ ତାରିଖ ରେ ଶେଷ ହେବ ଡ଼ଲଫିନ ଗଣନା କାର୍ଯ୍ୟ।

What's Your Reaction?

like

dislike

love

funny

angry

sad

wow