ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ହୋଇଛି ଲିକ୍ :ସୁପ୍ରିମ୍କୋର୍ଟ
ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍ କୋର୍ଟରେ ହୋଇଛି ଶୁଣାଣି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି । ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସତ୍ଯପାଠ ଦାଖଲ କରିବାକୁ କେନ୍ଦ୍ର ସରକାର, ଏନଟିଏ ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିଟ୍ କୁ ନେଇ ଦାଖଲ ହୋଇଥିବା ସବୁ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ପଚାରିଛନ୍ତି, ଯେଉଁମାନେ ଲିକ୍ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାହୋଇଛି କି, ସେମାନଙ୍କ ବିରୋଧରେ କଣ କାର୍ଯ୍ଯାନୁଷ୍ଠାନ ହୋଇଛି। ଯେଉଁ ପିଲା ଲିକ୍ ପ୍ରଶ୍ନପତ୍ର ପାଇଛନ୍ତି, ତାଙ୍କ ଫଳ ସ୍ଥଗିତ ରଖାଯାଇଛି କି । କେଉଁ କେଉଁ ଅଞ୍ଚଳରେ ଲିକ୍ ହୋଇଛି। ଆସନ୍ତା ବୁଧବାର ସଂଧ୍ଯା ୫ଟା ସୁଦ୍ଧା ଏସବୁର ଉତ୍ତର ସହିତ ସତ୍ଯପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି – ପ୍ରଶ୍ନପତ୍ର ଲିକ୍ ହୋଇଛି। ଏଥିରେ କୌଣସି ସନ୍ଦେହ ନାହିଁ। ଏହାର ବ୍ଯାପକତା କେତେ, କେବଳ ତାହା ଜାଣିବାକୁ ପଡ଼ିବ। ତେବେ ପୁଣି ଥରେ ପରୀକ୍ଷା କରିବା ଶେଷ ବିକଳ୍ପ ହେବ। କାରଣ ଏହା ଦ୍ଵାରା ଲକ୍ଷ ଲକ୍ଷ ପିଲା ପ୍ରଭାବିତ ହେବେ।ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।
What's Your Reaction?