ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଅଗଷ୍ଟ ମାସ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଆଉ ଏଥିପାଇଁ ମଧ୍ୟ ସରିଛି ସମସ୍ତ ପ୍ରସ୍ତୁତି । ତେବେ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା । ପ୍ରଥମଥର ପାଇଁ ଭିତରକନିକା ଡ଼ାଙ୍ଗମାଳ ଠାରେ ନିର୍ମାଣ କରାଯାଇଛି ସ୍କାଏ ଓକ୍ ଏହାର ଲମ୍ବ ୬୦୦ ମିଟର ଥିବାବେଳେ, ଉଚ୍ଚତା ୧୫ ଫୁଟ ରହିଛି । ଏହା ସଂପୂର୍ଣ୍ଣ କାଠରେ ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନେ ଘଞ୍ଚ ଲୁଣା ଜଙ୍ଗଲ ଉପରେ ପାଦରେ ଚାଲି ଚାଲି ପ୍ରକୃତିର ସୌନ୍ଦର୍ଯ୍ୟକୁ କରିପାରିବେ ଉପଭୋଗ । ଏହା ସହ ସ୍କାଏ ଓକ୍ ମଧ୍ୟରେ ସେଭି ପଏଣ୍ଟ ନିର୍ମାଣ କରାଯାଇଛି ଯାହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।
What's Your Reaction?